ଅନିର୍ବାଯ୍ୟ କାରଣ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ସ୍ଥଗିତ
ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖ (ସୋମବାର) ଦିନ ଭୁବନେଶ୍ଵର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ଯ ଅନିର୍ବାଯ୍ୟ କାରଣ ବଶତଃ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଏହି ଜନଶୁଣାଣି ପାଇଁ ଅନଲାଇନରେ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଅଭିଯୋଗଗୁଡିକ ପରବର୍ତ୍ତୀ ଜନଶୁଣାଣି ଶିବିରରେ ଗ୍ରହଣ କରାଯିବ। ପରବର୍ତ୍ତୀ…