HIV ଚିକିତ୍ସା ପାଇଁ ବର୍ଷକୁ ଦୁଇଟି ଇଞ୍ଜେକ୍ସନର ସଫଳ କ୍ଲିନିକାଲ୍ ପରୀକ୍ଷଣ, କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ
ଅନେକଙ୍କ ପାଇଁ ଏକ ସ୍ୱାଗତଯୋଗ୍ୟ ଖବର ହେଉଛି, ପାର୍ଶ୍ୱ ପ୍ରତିକ୍ରିୟା ବିନା HIV ଚିକିତ୍ସା ପାଇଁ ବର୍ଷକୁ ଦୁଇଥର ଦେବାକୁ ପଡ଼ୁଥିବା ଏକ ଇଞ୍ଜେକ୍ସନ କ୍ଲିନିକାଲ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି। ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (HIV) ପାଇଁ ଏହି ଇଞ୍ଜେକ୍ସନ ସଫଳତାର ସହ ଏହାର ପ୍ରଥମ ସୁରକ୍ଷା ପରୀକ୍ଷଣ ସମାପ୍ତ କରିଛି, ଦି ଲାନସେଟ୍ ଏକ ସଦ୍ୟ ପ୍ରକାଶିତ ଲେଖାରେ କହିଛି। ଏହି ଇଞ୍ଜେକ୍ସନକୁ ଲେନାକାପାଭିର କୁହାଯାଏ। ଏହା କୋଷ ମଧ୍ୟରେ ଭାଇରସର ପ୍ରତିକୃତି ସୃଷ୍ଟି କରିବାର…