କଂଗ୍ରେସର ନୂଆ ଟିମ୍: ତାରାପ୍ରସାଦ ବାହିନୀପତି ହେଲେ ଉପସଭାପତି

କଂଗ୍ରେସର ନୂଆ ଟିମ୍: ତାରାପ୍ରସାଦ ବାହିନୀପତି ହେଲେ ଉପସଭାପତି

ଭୁବନେଶ୍ୱର: କଂଗ୍ରେସ ନିଜର ନୂଆ ଟିମ୍ ଗଠନ କରିଛି। ଭକ୍ତ ଚରଣ ଦାସଙ୍କୁ ଗତ ଫେବ୍ରୁଆରିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଅଧ୍ୟକ୍ଷ କରାଯିବା ପରେ ଏବେ ଅନ୍ୟ ପଦ ପାଇଁ ଏଆଇସିସି ଅଧିକାରୀ ନିଯୁକ୍ତ କରିଛି। ଏଥିରେ କୋଷାଧ୍ୟକ୍ଷ, ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ଉପସଭାପତି ଯୋଡ଼ି ହୋଇଯାଇଛି। 

ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଦଳ କୋଷାଧ୍ୟକ୍ଷ ଦାୟିତ୍ୱ ଦେଇଥିବାବେଳେ ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଉପସଭାପତି କରିଛି। ସେହିପରି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଦେବାଶିଷ ପଟ୍ଟନାୟକ, ସିଏସ ରାଜେନ ଏକ୍କା, ଲଲାଟେନ୍ଦୁ ମହାପାତ୍ର ଏବଂ ସସ୍ମିତା ବେହେରାଙ୍କୁ ମଧ୍ୟ ଦଳ ଉପସଭାପତି ପଦ ପ୍ରଦାନ କରିଛି।

ସେହିପରି ୧୦ ଜଣଙ୍କୁ ସାଧାରଣ ସମ୍ପାଦକ ଏବଂ ୧୨ ଜଣଙ୍କୁ ସମ୍ପାଦକ ଭାବେ ଦଳ ନିଯୁକ୍ତି ଦେଇଛି। ସତ୍ୟଜିତ୍ ଗମାଙ୍ଗଙ୍କୁ ସୋସିଆଲ ମିଡିଆ ଅଧ୍ୟକ୍ଷ କରିଥିବାବେଳେ ସନ୍ତୋଷ ପ୍ରଧାନଙ୍କୁ ଉପାଧ୍ୟକ୍ଷ କରିଛି।

Leave a Reply

Your email address will not be published. Required fields are marked *