କଂଗ୍ରେସର ନୂଆ ଟିମ୍: ତାରାପ୍ରସାଦ ବାହିନୀପତି ହେଲେ ଉପସଭାପତି
ଭୁବନେଶ୍ୱର: କଂଗ୍ରେସ ନିଜର ନୂଆ ଟିମ୍ ଗଠନ କରିଛି। ଭକ୍ତ ଚରଣ ଦାସଙ୍କୁ ଗତ ଫେବ୍ରୁଆରିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଅଧ୍ୟକ୍ଷ କରାଯିବା ପରେ ଏବେ ଅନ୍ୟ ପଦ ପାଇଁ ଏଆଇସିସି ଅଧିକାରୀ ନିଯୁକ୍ତ କରିଛି। ଏଥିରେ କୋଷାଧ୍ୟକ୍ଷ, ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ଉପସଭାପତି ଯୋଡ଼ି ହୋଇଯାଇଛି। ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଦଳ କୋଷାଧ୍ୟକ୍ଷ ଦାୟିତ୍ୱ ଦେଇଥିବାବେଳେ ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଉପସଭାପତି କରିଛି। ସେହିପରି ପୂର୍ବତନ…