ବାକିରେ ସିଗାରେଟ୍‌ ଦେଲେନି, ଦୋକାନ ଜାଳିଦେଲା ଦୁର୍ବୃତ୍ତ

ବାଲିପାଟଣା: ଗତକାଲି ବିଳମ୍ବିତ ରାତିରେ ବନମାଳୀପୁର ଅଭୟମୁଖି ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଏକ ଦୋକାନ ଜଳିଯାଇଛି। ପୂଜା ସାମଗ୍ରୀ ବିକ୍ରି ହେଉଥିବା ଏହି ଭେରାଇଟ୍‌ ଷ୍ଟୋର୍‌ରେ ନିଆଁ ଲାଗି ପ୍ରାୟ ୭ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସିଗାରେଟ୍‌ ବାକିରେ ନ ଦେବାରୁ ଜଣେ ଦୁର୍ବୃତ୍ତ ଦୋକାନ ଜାଳି ଦେଇଛି ବୋଲି ଅଭିଯୋଗ ହୋଇଛି। ପୁଲିସ ସିସିଟିଭି ଯାଞ୍ଚ କରିବା ସହ ଦୋକାନୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି। ସୂଚନାନୁସାରେ ଅଭୟମୁଖି ବଜାରରେ ବାପିନା ବେହେରା ଓ ହାପିନା ବେହେରାଙ୍କ ପୂଜା ସାମଗ୍ରୀ ଓ ଭେରାଇଟ୍‌ ଷ୍ଟୋର ରହିଛି। ଦୋକାନ ପାଖରେ ଇଟା ସିମେଣ୍ଟ ଓ କାଠ ଗଦା ହୋଇଥିଲା। ଗତକାଲି ଦୋକାନ ବନ୍ଦ କଲା ବେଳେ ଜଣେ ଯୁବକ ବାକିରେ ସିଗାରେଟ୍‌ ମାଗିଥିଲେ। କିନ୍ତୁ ଦୋକାନ ବନ୍ଦ ହେବା ସମୟରେ ବାକି ମିଳିବ ନାହିଁ ବୋଲି ଦୁଇ ଭାଇ କହିଥିଲେ। ରାଗରେ ଯୁବକଜଣକ ଚାଲି ଯାଇଥିଲା। ରାତି ପ୍ରାୟ ସାଢ଼େ ୧ଟା ବେଳେ ଦୋକାନରେ ନିଆଁ ଲାଗିଥିଲା। ଖବର ପାଇ ଦୁଇ ଭାଇ ଦୋକାନରେ ପହଞ୍ଚିବା ବେଳକୁ ଦୋକାନକୁ ନିଆଁ ପୂରା ମାଡ଼ିଯାଇଥିଲା। ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଦୋକାନର ସବୁ ସାମଗ୍ରୀ ପାଉଁଶ ହୋଇଯାଇଥିଲା।

ବାଲିପାଟଣା: ଗତକାଲି ବିଳମ୍ବିତ ରାତିରେ ବନମାଳୀପୁର ଅଭୟମୁଖି ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଏକ ଦୋକାନ ଜଳିଯାଇଛି। ପୂଜା ସାମଗ୍ରୀ ବିକ୍ରି ହେଉଥିବା ଏହି ଭେରାଇଟ୍‌ ଷ୍ଟୋର୍‌ରେ ନିଆଁ ଲାଗି ପ୍ରାୟ ୭ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସିଗାରେଟ୍‌ ବାକିରେ ନ ଦେବାରୁ ଜଣେ ଦୁର୍ବୃତ୍ତ ଦୋକାନ ଜାଳି ଦେଇଛି ବୋଲି ଅଭିଯୋଗ ହୋଇଛି। ପୁଲିସ ସିସିଟିଭି ଯାଞ୍ଚ କରିବା ସହ ଦୋକାନୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି। 
ସୂଚନାନୁସାରେ ଅଭୟମୁଖି ବଜାରରେ ବାପିନା ବେହେରା ଓ ହାପିନା ବେହେରାଙ୍କ ପୂଜା ସାମଗ୍ରୀ ଓ ଭେରାଇଟ୍‌ ଷ୍ଟୋର ରହିଛି। ଦୋକାନ ପାଖରେ ଇଟା ସିମେଣ୍ଟ ଓ କାଠ ଗଦା ହୋଇଥିଲା। ଗତକାଲି ଦୋକାନ ବନ୍ଦ କଲା ବେଳେ ଜଣେ ଯୁବକ ବାକିରେ ସିଗାରେଟ୍‌ ମାଗିଥିଲେ। କିନ୍ତୁ ଦୋକାନ ବନ୍ଦ ହେବା ସମୟରେ ବାକି ମିଳିବ ନାହିଁ ବୋଲି ଦୁଇ ଭାଇ କହିଥିଲେ। ରାଗରେ ଯୁବକଜଣକ ଚାଲି ଯାଇଥିଲା। ରାତି ପ୍ରାୟ ସାଢ଼େ ୧ଟା ବେଳେ ଦୋକାନରେ ନିଆଁ ଲାଗିଥିଲା। ଖବର ପାଇ ଦୁଇ ଭାଇ ଦୋକାନରେ ପହଞ୍ଚିବା ବେଳକୁ ଦୋକାନକୁ ନିଆଁ ପୂରା ମାଡ଼ିଯାଇଥିଲା। ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଦୋକାନର ସବୁ ସାମଗ୍ରୀ ପାଉଁଶ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *