ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖ (ସୋମବାର) ଦିନ ଭୁବନେଶ୍ଵର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ଯ ଅନିର୍ବାଯ୍ୟ କାରଣ ବଶତଃ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।
ଏହି ଜନଶୁଣାଣି ପାଇଁ ଅନଲାଇନରେ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଅଭିଯୋଗଗୁଡିକ ପରବର୍ତ୍ତୀ ଜନଶୁଣାଣି ଶିବିରରେ ଗ୍ରହଣ କରାଯିବ। ପରବର୍ତ୍ତୀ ଶୁଣାଣିର ତାରିଖ ଓ ସମୟ ସମ୍ପର୍କିତ ସୂଚନା ପରେ ଜଣାଇ ଦିଆଯିବ। ଏହି ସୂଚନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଦ୍ୱାରା ଜାରି କରାଯାଇଛି।