ସାଇନା-କାଶ୍ୟପ ବିଚ୍ଛେଦ
ହାଇଦ୍ରାବାଦ: ଭାରତୀୟ କ୍ରୀଡ଼ା ଜଗତର ଚର୍ଚ୍ଚିତ ଦମ୍ପତି ଅଲିମ୍ପିକ୍ସ ପଦକ ବିଜୟିନୀ ବ୍ୟାଡ୍ମିଣ୍ଟନ୍ ତାରକା ସାଇନା ନେହୱାଲ ଏବଂ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ବିଜେତା ପୁରୁପଲ୍ଲୀ କାଶ୍ୟପଙ୍କ ମଧ୍ୟରେ ବିଚ୍ଛେଦ ଘଟିଛି। ଏହି ଦୁଇ ତାରକାଙ୍କ ଅଲଗା ହେବା ଖବର ଭାରତୀୟ କ୍ରୀଡ଼ା ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ସାଇନା ନିଜେ ସାମାଜିକ ଗଣମାଧ୍ୟମରେ କାଶ୍ୟପଙ୍କଠାରୁ ଅଲଗା ହୋଇଥିବା ସୂଚନା ଦେଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ଆଦୌ ବିଶ୍ବାସ କରିପାରୁନାହାନ୍ତି। କାହିଁକି ଏବଂ କେଉଁ ପରିସ୍ଥିତିରେ ଗତ…