ଡିଗ୍ରୀ ହାତରେ, ପିଠିରେ ବ୍ୟାଗ୍: ଯୁବପିଢ଼ିଙ୍କ ନୂଆ ରୋଜଗାର ନା ଅସୁରକ୍ଷିତ ଭବିଷ୍ୟତର ଆରମ୍ଭ?
BY- Smarajit Nayak ଗିଗ୍ ଇକୋନୋମି ଓ ସାଇଡ୍ ହଷ୍ଟଲ୍ର ଚାକଚକ୍ୟ ପଛରେ ଲୁଚିଛି ଯୁବସମାଜର ସଂଘର୍ଷ, ସ୍ୱାଧୀନତା ଓ ଅନେକ ଅସମାହିତ ପ୍ରଶ୍ନ। ଆଜିର ରାସ୍ତାଘାଟରେ ଗୋଟିଏ ଦୃଶ୍ୟ ଅତି ସାଧାରଣ ହୋଇଗଲାଣି। ପିଠିରେ ଡେଲିଭରି ବ୍ୟାଗ୍, ହାତରେ ସ୍ମାର୍ଟଫୋନ୍, ମୋବାଇଲ୍ରେ ଲଗାତାର ଆସୁଥିବା ଅର୍ଡର ନୋଟିଫିକେସନ୍ ଏବଂ ଟ୍ରାଫିକ୍ ଭିତରେ ଦ୍ରୁତଗତିରେ ଦୌଡ଼ୁଥିବା ଯୁବକ। କେହି ଖାଦ୍ୟ ପହଞ୍ଚାଉଛନ୍ତି, କେହି ଗ୍ରୋସରୀ, ଆଉ କେହି ଅନଲାଇନ୍ ସାମଗ୍ରୀ। ସେମାନଙ୍କ ମଧ୍ୟରୁ ଅନେକ ଯୁବକ ଉଚ୍ଚଶିକ୍ଷିତ,…