Headlines
ବାଲିପାଟଣା: ଗତକାଲି ବିଳମ୍ବିତ ରାତିରେ ବନମାଳୀପୁର ଅଭୟମୁଖି ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଏକ ଦୋକାନ ଜଳିଯାଇଛି। ପୂଜା ସାମଗ୍ରୀ ବିକ୍ରି ହେଉଥିବା ଏହି ଭେରାଇଟ୍‌ ଷ୍ଟୋର୍‌ରେ ନିଆଁ ଲାଗି ପ୍ରାୟ ୭ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସିଗାରେଟ୍‌ ବାକିରେ ନ ଦେବାରୁ ଜଣେ ଦୁର୍ବୃତ୍ତ ଦୋକାନ ଜାଳି ଦେଇଛି ବୋଲି ଅଭିଯୋଗ ହୋଇଛି। ପୁଲିସ ସିସିଟିଭି ଯାଞ୍ଚ କରିବା ସହ ଦୋକାନୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି। ସୂଚନାନୁସାରେ ଅଭୟମୁଖି ବଜାରରେ ବାପିନା ବେହେରା ଓ ହାପିନା ବେହେରାଙ୍କ ପୂଜା ସାମଗ୍ରୀ ଓ ଭେରାଇଟ୍‌ ଷ୍ଟୋର ରହିଛି। ଦୋକାନ ପାଖରେ ଇଟା ସିମେଣ୍ଟ ଓ କାଠ ଗଦା ହୋଇଥିଲା। ଗତକାଲି ଦୋକାନ ବନ୍ଦ କଲା ବେଳେ ଜଣେ ଯୁବକ ବାକିରେ ସିଗାରେଟ୍‌ ମାଗିଥିଲେ। କିନ୍ତୁ ଦୋକାନ ବନ୍ଦ ହେବା ସମୟରେ ବାକି ମିଳିବ ନାହିଁ ବୋଲି ଦୁଇ ଭାଇ କହିଥିଲେ। ରାଗରେ ଯୁବକଜଣକ ଚାଲି ଯାଇଥିଲା। ରାତି ପ୍ରାୟ ସାଢ଼େ ୧ଟା ବେଳେ ଦୋକାନରେ ନିଆଁ ଲାଗିଥିଲା। ଖବର ପାଇ ଦୁଇ ଭାଇ ଦୋକାନରେ ପହଞ୍ଚିବା ବେଳକୁ ଦୋକାନକୁ ନିଆଁ ପୂରା ମାଡ଼ିଯାଇଥିଲା। ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଦୋକାନର ସବୁ ସାମଗ୍ରୀ ପାଉଁଶ ହୋଇଯାଇଥିଲା।

ବାକିରେ ସିଗାରେଟ୍‌ ଦେଲେନି, ଦୋକାନ ଜାଳିଦେଲା ଦୁର୍ବୃତ୍ତ

ବାଲିପାଟଣା: ଗତକାଲି ବିଳମ୍ବିତ ରାତିରେ ବନମାଳୀପୁର ଅଭୟମୁଖି ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଏକ ଦୋକାନ ଜଳିଯାଇଛି। ପୂଜା ସାମଗ୍ରୀ ବିକ୍ରି ହେଉଥିବା ଏହି ଭେରାଇଟ୍‌ ଷ୍ଟୋର୍‌ରେ ନିଆଁ ଲାଗି ପ୍ରାୟ ୭ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସିଗାରେଟ୍‌ ବାକିରେ ନ ଦେବାରୁ ଜଣେ ଦୁର୍ବୃତ୍ତ ଦୋକାନ ଜାଳି ଦେଇଛି ବୋଲି ଅଭିଯୋଗ ହୋଇଛି। ପୁଲିସ ସିସିଟିଭି ଯାଞ୍ଚ କରିବା ସହ ଦୋକାନୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି। ସୂଚନାନୁସାରେ ଅଭୟମୁଖି ବଜାରରେ ବାପିନା ବେହେରା ଓ…

Read More
ଓଡିଶାର ଇଞ୍ଜିନିୟରଙ୍କ ଉପରେ ଭିଜିଲାନ୍ସ ଚଢାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର, ସହଯୋଗୀ ମଧ୍ୟ ମିଳିତ ସମ୍ପତ୍ତିରେ ଜଡିତ

ଓଡିଶାର ଇଞ୍ଜିନିୟରଙ୍କ ଉପରେ ଭିଜିଲାନ୍ସ ଚଢାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର, ସହଯୋଗୀ ମଧ୍ୟ ମିଳିତ ସମ୍ପତ୍ତିରେ ଜଡିତ

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ବିଭାଗ ଆର୍ ଆଣ୍ଡ ବି ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନାଙ୍କ ସମ୍ପତ୍ତି ତଦନ୍ତରେ ତାଙ୍କ ସହକର୍ମୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଛି। ଭିଜିଲାନ୍ସ ବିଭାଗ ଜେନାଙ୍କ ସମ୍ପତ୍ତି ଉପରେ ଚଢାଉ କରିବା ପରେ ଆଉ ଜଣେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା ମଧ୍ୟ ନଜରକୁ ଆସିଥିଲେ ଏବଂ ଜାଣିବାକୁ ପାଇଲେ ଯେ ସେମାନେ ଉଭୟେ କସ୍ମୋପଲିସ୍ ଆପାର୍ଟମେଣ୍ଟର 16 ମହଲାରେ ସେମାନଙ୍କ ପତ୍ନୀଙ୍କ ନାମରେ ଏକ 4-BHK ଫ୍ଲାଟ୍…

Read More
ପଞ୍ଜାବରେ ରାଜନୈତିକ ଝଡ଼: AAP ସାଂସଦ ଅଶୋକ ମିତ୍ତଳଙ୍କ ଠିକଣାରେ ED ଛାପା, ତୀବ୍ର ହେଲା ରାଜନୀତି

ପଞ୍ଜାବରେ ରାଜନୈତିକ ଝଡ଼: AAP ସାଂସଦ ଅଶୋକ ମିତ୍ତଳଙ୍କ ଠିକଣାରେ ED ଛାପା, ତୀବ୍ର ହେଲା ରାଜନୀତି

ପଞ୍ଜାବର ରାଜନୀତିରେ ଏକ ବଡ଼ ହଳଚଳ ସୃଷ୍ଟି ହୋଇଛି, କାରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆମ୍ ଆଦମି ପାର୍ଟି (AAP)ର ରାଜ୍ୟସଭା ସାଂସଦ ଅଶୋକ ମିତ୍ତଳଙ୍କ ସହିତ ସମ୍ପର୍କିତ ଅନେକ ସ୍ଥାନରେ ଛାପାମାରି କରିଛି। 2026 ଏପ୍ରିଲ 15 ତାରିଖରେ ହୋଇଥିବା ଏହି କାର୍ଯ୍ୟ ପଞ୍ଜାବରେ ରାଜନୈତିକ ତଣାତଣିକୁ ବଢ଼ାଇଦେଇଛି ଏବଂ ଦଳମଧ୍ୟରେ ତୀବ୍ର ଆରୋପ-ପ୍ରତିଆରୋପ ଆରମ୍ଭ ହୋଇଛି। ଅନେକ ସ୍ଥାନରେ ଏକାଧାରେ ଛାପାମାରି ED ଟିମ୍‌ମାନେ ପଞ୍ଜାବର ଜଲନ୍ଧର ଓ ଫଗୱାଡ଼ା ସହିତ ଅନ୍ୟାନ୍ୟ ସ୍ଥାନରେ…

Read More
ପଞ୍ଜାବ ସରକାର ରାଘବ ଚଡ଼୍ଢାଙ୍କ Z+ ସୁରକ୍ଷା ହଟାଇଲା, AAP ଭିତରେ ବଢ଼ୁଥିବା ଦ୍ୱନ୍ଦ୍ୱ ମଧ୍ୟରେ କେନ୍ଦ୍ର ଦେଲା ନୂତନ ସୁରକ୍ଷା

ପଞ୍ଜାବ ସରକାର ରାଘବ ଚଡ଼୍ଢାଙ୍କ Z+ ସୁରକ୍ଷା ହଟାଇଲା, AAP ଭିତରେ ବଢ଼ୁଥିବା ଦ୍ୱନ୍ଦ୍ୱ ମଧ୍ୟରେ କେନ୍ଦ୍ର ଦେଲା ନୂତନ ସୁରକ୍ଷା

ପଞ୍ଜାବର ରାଜନୀତିରେ ଏକ ନୂତନ ବିବାଦ ସୃଷ୍ଟି ହୋଇଛି, ଯେଉଁଠାରେ ଆମ୍ ଆଦମି ପାର୍ଟି (AAP)ର ରାଜ୍ୟସଭା ସାଂସଦ ରାଘବ ଚଡ଼୍ଢାଙ୍କୁ ଦିଆଯାଇଥିବା Z+ ଶ୍ରେଣୀର ସୁରକ୍ଷାକୁ ପଞ୍ଜାବ ସରକାର ହଟାଇଦେଇଛି। ଏହି ପଦକ୍ଷେପ ଦଳର ଭିତରେ ଚାଲୁଥିବା ଦ୍ୱନ୍ଦ୍ୱକୁ ଆହୁରି ସ୍ପଷ୍ଟ କରିଦେଇଛି ଏବଂ ରାଜନୈତିକ ମଞ୍ଚରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛି। ହଠାତ୍ ସୁରକ୍ଷା ହଟାଇବାରେ ଉଠିଲା ପ୍ରଶ୍ନ ସୂତ୍ର ଅନୁସାରେ, ପଞ୍ଜାବ ପୁଲିସ ଦ୍ୱାରା ଦିଆଯାଇଥିବା Z+ ସୁରକ୍ଷାକୁ ହଠାତ୍ ରଦ୍ଦ କରାଯାଇଛି। ତାଙ୍କ…

Read More