ବାଲିପାଟଣା: ଗତକାଲି ବିଳମ୍ବିତ ରାତିରେ ବନମାଳୀପୁର ଅଭୟମୁଖି ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଏକ ଦୋକାନ ଜଳିଯାଇଛି। ପୂଜା ସାମଗ୍ରୀ ବିକ୍ରି ହେଉଥିବା ଏହି ଭେରାଇଟ୍‌ ଷ୍ଟୋର୍‌ରେ ନିଆଁ ଲାଗି ପ୍ରାୟ ୭ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସିଗାରେଟ୍‌ ବାକିରେ ନ ଦେବାରୁ ଜଣେ ଦୁର୍ବୃତ୍ତ ଦୋକାନ ଜାଳି ଦେଇଛି ବୋଲି ଅଭିଯୋଗ ହୋଇଛି। ପୁଲିସ ସିସିଟିଭି ଯାଞ୍ଚ କରିବା ସହ ଦୋକାନୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି। ସୂଚନାନୁସାରେ ଅଭୟମୁଖି ବଜାରରେ ବାପିନା ବେହେରା ଓ ହାପିନା ବେହେରାଙ୍କ ପୂଜା ସାମଗ୍ରୀ ଓ ଭେରାଇଟ୍‌ ଷ୍ଟୋର ରହିଛି। ଦୋକାନ ପାଖରେ ଇଟା ସିମେଣ୍ଟ ଓ କାଠ ଗଦା ହୋଇଥିଲା। ଗତକାଲି ଦୋକାନ ବନ୍ଦ କଲା ବେଳେ ଜଣେ ଯୁବକ ବାକିରେ ସିଗାରେଟ୍‌ ମାଗିଥିଲେ। କିନ୍ତୁ ଦୋକାନ ବନ୍ଦ ହେବା ସମୟରେ ବାକି ମିଳିବ ନାହିଁ ବୋଲି ଦୁଇ ଭାଇ କହିଥିଲେ। ରାଗରେ ଯୁବକଜଣକ ଚାଲି ଯାଇଥିଲା। ରାତି ପ୍ରାୟ ସାଢ଼େ ୧ଟା ବେଳେ ଦୋକାନରେ ନିଆଁ ଲାଗିଥିଲା। ଖବର ପାଇ ଦୁଇ ଭାଇ ଦୋକାନରେ ପହଞ୍ଚିବା ବେଳକୁ ଦୋକାନକୁ ନିଆଁ ପୂରା ମାଡ଼ିଯାଇଥିଲା। ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଦୋକାନର ସବୁ ସାମଗ୍ରୀ ପାଉଁଶ ହୋଇଯାଇଥିଲା।

ବାକିରେ ସିଗାରେଟ୍‌ ଦେଲେନି, ଦୋକାନ ଜାଳିଦେଲା ଦୁର୍ବୃତ୍ତ

ବାଲିପାଟଣା: ଗତକାଲି ବିଳମ୍ବିତ ରାତିରେ ବନମାଳୀପୁର ଅଭୟମୁଖି ବଜାରରେ ଘଟିଥିବା ଅଗ୍ନିକାଣ୍ଡରେ ଏକ ଦୋକାନ ଜଳିଯାଇଛି। ପୂଜା ସାମଗ୍ରୀ ବିକ୍ରି ହେଉଥିବା ଏହି ଭେରାଇଟ୍‌ ଷ୍ଟୋର୍‌ରେ ନିଆଁ ଲାଗି ପ୍ରାୟ ୭ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସିଗାରେଟ୍‌ ବାକିରେ ନ ଦେବାରୁ ଜଣେ ଦୁର୍ବୃତ୍ତ ଦୋକାନ ଜାଳି ଦେଇଛି ବୋଲି ଅଭିଯୋଗ ହୋଇଛି। ପୁଲିସ ସିସିଟିଭି ଯାଞ୍ଚ କରିବା ସହ ଦୋକାନୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି। ସୂଚନାନୁସାରେ ଅଭୟମୁଖି ବଜାରରେ ବାପିନା ବେହେରା ଓ…

Read More
ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ଯୋଗୁଁ ଅନେକଙ୍କ ମୃତ୍ୟୁ ଆଶଙ୍କା

ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ଯୋଗୁଁ ଅନେକଙ୍କ ମୃତ୍ୟୁ ଆଶଙ୍କା

ଶନିବାର ସକାଳେ ଆନ୍ଧ୍ରପ୍ରଦେଶର କାସିବୁଗାର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭକ୍ତଙ୍କ ଏକ ବିଶାଳ ସମାବେଶ ସମୟରେ ଦଳାଚକଟା ଘଟି ବହୁ ମୃତାହତ ହେବାର ଆଶଙ୍କା କରାଯାଉଛି। ବିବରଣୀ ଅପେକ୍ଷା କରାଯାଇଛି।

Read More
ପୁଞ୍ଜିନିବେଶ ନାଁରେ ୧୦ ଲକ୍ଷ ଠକେଇ: ଓଡ଼ିଶାରୁ ବେଙ୍ଗାଲୁରୁ ଯାଏଁ ଲମ୍ବିଛି ଚେର, ୩ ସାଇବର୍‌ ଠକ ଗିରଫ

ପୁଞ୍ଜିନିବେଶ ନାଁରେ ୧୦ ଲକ୍ଷ ଠକେଇ: ଓଡ଼ିଶାରୁ ବେଙ୍ଗାଲୁରୁ ଯାଏଁ ଲମ୍ବିଛି ଚେର, ୩ ସାଇବର୍‌ ଠକ ଗିରଫ

ଭୁବନେଶ୍ବର: ଟଙ୍କା ନି‌ବେଶ ନାଁରେ ଲୋକଙ୍କୁ ଚୂନ ଲଗାଉଥିବା ୩ ସାଇବର୍‌ ଠକଙ୍କୁ ଭୁବନେଶ୍ବର ସାଇବର୍‌ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ସିଦ୍ଧାର୍ଥ ପୂଜାରୀ, ଅବିନାଶ ସାହୁ ଓ ବିବେକ ସିଂ। ଏହି ୩ ସାଇବର ଠକ ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ବେଳେ ସେମାନଙ୍କ ଆକାଉଣ୍ଟରୁ ୫ ଲକ୍ଷ ୩୦ ହଜାର ଟଙ୍କା ଫ୍ରିଜ୍‌ କରାଯାଇଛି। ସେମାନଙ୍କଠାରୁ ଏକାଧିକ ଏଟିଏମ୍‌ କାର୍ଡ ଓ ପ୍ୟାନ୍‌ କାର୍ଡ, ୭ଟି ଚେକ୍‌ବୁକ୍‌, ଗୋଟିଏ ଲେଖାଏଁ…

Read More
କାଠଯୋଡ଼ିରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ: ଆଜି ମିଳିଲା ଆଉ ଏକ ମୃତଦେହ

କାଠଯୋଡ଼ିରେ ଗାଧୋଇବା ବେଳେ ଦୁଇ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ: ଆଜି ମିଳିଲା ଆଉ ଏକ ମୃତଦେହ

କଟକ: କଟକ ସିଡିଏ ସେକ୍ଟର ୧୧ ନିକଟରେ ଗତକାଲି କାଠଯୋଡ଼ିରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଦୁଇଜଣ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ଅନ୍ୟ ଜଣେ ନିଖୋଜ ଥିଲେ। ଆଜି ସକାଳେ ଅନ୍ୟ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ସିଡିଏସ୍ଥିତ ବୀରେନ୍ ମିତ୍ର ପାର୍କ ନିକଟକୁ ଆଜି ୪ ଜଣ ଯୁବ ଇଂଜିନିୟର ଗାଧୋଇବାକୁ ଯାଇଥିଲେ। ମୃତ ଓ ନିଖୋଜ ଯୁବକ ଦ୍ବୟ ମହାରାଷ୍ଟ୍ରର ନିବାସୀ ଥିଲେ। ଏମାନେ କଟକ…

Read More
ଶାହରୁଖ ଖାନଙ୍କ 'କିଙ୍ଗ' ଜୟଦୀପ ଅହଲୱାଟଙ୍କୁ ଯୋଡିଛନ୍ତି: 'SRK ସାର୍ ମୋତେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ମନେ କରୁଥିଲେ' 'ପତାଲ ଲୋକ' ଅଭିନେତା କୁହନ୍ତି।

ଶାହରୁଖ ଖାନଙ୍କ ‘କିଙ୍ଗ’ ଜୟଦୀପ ଅହଲୱାଟଙ୍କୁ ଯୋଡିଛନ୍ତି: ‘SRK ସାର୍ ମୋତେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ମନେ କରୁଥିଲେ’ ‘ପତାଲ ଲୋକ’ ଅଭିନେତା କୁହନ୍ତି।

ଶାହରୁଖ ଖାନଙ୍କ ଫିଲ୍ମ ‘କିଙ୍ଗ୍’ର କଳାକାରଙ୍କ ତାଲିକା ଆହୁରି ସୁନ୍ଦର ହୋଇଗଲା। ଅଭିନେତା ଜୟଦୀପ ଆହଲାୱତ, ଯିଏକି ‘ପାଟାଲ୍ ଲୋକ’ର ଦୁଇଟି ସିଜିନ୍ ଏବଂ ‘ଥ୍ରୀ ଅଫ୍ ଅସ’, ‘ଜାନେ ଜାନ୍’ ଏବଂ ‘ଗ୍ୟାଙ୍ଗସ୍ ଅଫ୍ ୱାସେପୁର’ ଭଳି ଫିଲ୍ମରେ ତାଙ୍କ ପ୍ରଶଂସା ପାଇଁ ଜଣାଶୁଣା, ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତାଙ୍କର ସାମିଲ ହେବା ନିଶ୍ଚିତ କରିଛନ୍ତି। ଚ୍ୟାନେଲ ‘ଦି ଲଲାଣ୍ଟପ୍’ରେ ଏକ ଆଲୋଚନା ସମୟରେ, ଅଭିନେତା କହିଛନ୍ତି ଯେ ସେ ଜାଣିଛନ୍ତି ଯେ ଶାହରୁଖ ଖାନ…

Read More
‘୭ ଦିନରେ ସତ୍ୟପାଠ ଦିଅ, ନହେଲେ କ୍ଷମା ମାଗ..’: ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ଅଲ୍ଟିମେଟମ

‘୭ ଦିନରେ ସତ୍ୟପାଠ ଦିଅ, ନହେଲେ କ୍ଷମା ମାଗ..’: ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ଅଲ୍ଟିମେଟମ

ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ବଡ଼ ବୟାନ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନାଁ ନନେଇ କହିଛନ୍ତି ଯେ, ନର୍ବାଚନ ଆୟୋଗ ଓ ମତଦାନ ସୂଚୀକୁ ନେଇ ସେ ଯେଉଁ ଅଭିଯୋଗ ଲଗାଇଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଛ । ଯଦି ସେ କରୁଥିବା ଦାବିର ପ୍ରମାଣ ଅଛି, ତେବେ ସାତ ଦିନ ଭିତରେ ଶପଥପତ୍ର (ସତ୍ୟପାଠ) ଦିଅନ୍ତୁ,…

Read More
ଏୟାର ଇଣ୍ଡିଆର ପାଇଲଟ ଉଡ଼ାଣ ପୂର୍ବରୁ ଖସିପଡ଼ିଲେ; ବେଙ୍ଗାଲୁରୁ KIA ରୁ AI 2414 ବିମାନ ବିଳମ୍ବରେ ଉଡ଼ିଲା

ଏୟାର ଇଣ୍ଡିଆର ପାଇଲଟ ଉଡ଼ାଣ ପୂର୍ବରୁ ଖସିପଡ଼ିଲେ; ବେଙ୍ଗାଲୁରୁ KIA ରୁ AI 2414 ବିମାନ ବିଳମ୍ବରେ ଉଡ଼ିଲା

ଶୁକ୍ରବାର ସକାଳେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ପାଇଲଟ୍ ଉଡ଼ାଣ ଆରମ୍ଭ କରିବାର କିଛି ମୁହୂର୍ତ୍ତ ପୂର୍ବରୁ ଖସି ପଡ଼ିଥିଲେ। ଏୟାର ଇଣ୍ଡିଆର ବିମାନ, AI 2414, ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ବିଳମ୍ବ ହୋଇଥିଲା, ଯାହା ପରେ ଅନ୍ୟ ଜଣେ ପାଇଲଟଙ୍କୁ ବିମାନ ଚଲାଇବା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଥିଲା। Air India Spokesperson says, "There was a medical emergency involving one of…

Read More
ଟେଷ୍ଟ ମ୍ୟାଚ୍‌ରେ ଆଠ ବର୍ଷର ଦ୍ୱନ୍ଦ୍ୱ ଭାଙ୍ଗିବାକୁ ପ୍ରସ୍ତୁତ ଲିଆମ୍ ଡସନ୍, ଭାରତ ବିପକ୍ଷରେ ମାଞ୍ଚେଷ୍ଟର ଟେଷ୍ଟ ପାଇଁ ଇଂଲଣ୍ଡ ଏକାଦଶ ଚୟନ କଲା

ଟେଷ୍ଟ ମ୍ୟାଚ୍‌ରେ ଆଠ ବର୍ଷର ଦ୍ୱନ୍ଦ୍ୱ ଭାଙ୍ଗିବାକୁ ପ୍ରସ୍ତୁତ ଲିଆମ୍ ଡସନ୍, ଭାରତ ବିପକ୍ଷରେ ମାଞ୍ଚେଷ୍ଟର ଟେଷ୍ଟ ପାଇଁ ଇଂଲଣ୍ଡ ଏକାଦଶ ଚୟନ କଲା

ଅଧିନାୟକ-ପ୍ରଶିକ୍ଷକ ଯୋଡ଼ି ବେନ୍ ଷ୍ଟୋକ୍ସ ଏବଂ ବ୍ରେଣ୍ଡନ୍ ମ୍ୟାକକୁଲମ୍ ନିଜ ପରମ୍ପରାକୁ ବଜାୟ ରଖି ମାଞ୍ଚେଷ୍ଟରରେ ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ସେମାନଙ୍କର ପ୍ଲେଇଂ ଇଲେଭେନ୍ ଘୋଷଣା କରିଛନ୍ତି। ଲର୍ଡସରେ ରୋମାଞ୍ଚକର 22 ରନର ବିଜୟ ହାସଲ କରିଥିବା ଦଳରୁ ଘରୋଇ ଦଳ କେବଳ ଗୋଟିଏ ପରିବର୍ତ୍ତନ କରିଛି, ଏକ ବାଧ୍ୟତାମୂଳକ ପରିବର୍ତ୍ତନ। ଆହତ ସୋଏବ ବଶିରଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଅଲରାଉଣ୍ଡର ଲିଆମ୍ ଡସନ୍ ଅଫ୍ ସ୍ପିନରଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ଦେବେ।…

Read More
ପୁଣେ ଆତଙ୍କ: ଡେଲିଭରି ଏଜେଣ୍ଟର ପରିଚୟ ଦେଇ ଜଣେ ବ୍ୟକ୍ତି ମହିଳାଙ୍କୁ ବଳାତ୍କାର କଲେ, ତାଙ୍କ ଫୋନରେ ସେଲଫି ଉଠାଇଲେ ଯେତେବେଳେ ସେ ଚେତାଶୂନ୍ୟ ହୋଇଗଲେ

ପୁଣେ ଆତଙ୍କ: ଡେଲିଭରି ଏଜେଣ୍ଟର ପରିଚୟ ଦେଇ ଜଣେ ବ୍ୟକ୍ତି ମହିଳାଙ୍କୁ ବଳାତ୍କାର କଲେ, ତାଙ୍କ ଫୋନରେ ସେଲଫି ଉଠାଇଲେ ଯେତେବେଳେ ସେ ଚେତାଶୂନ୍ୟ ହୋଇଗଲେ

ବୁଧବାର ସନ୍ଧ୍ୟାରେ ଜଣେ ଅଜଣା ବ୍ୟକ୍ତି ପୁଣେରେ ଜଣେ ୨୨ ବର୍ଷୀୟ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି, ଯିଏ ନିଜକୁ ଜଣେ କୁରିଅର ଡେଲିଭରି କାର୍ଯ୍ୟନିର୍ବାହୀ ଭାବରେ ପରିଚୟ ଦେଇ ତାଙ୍କ ଆପାର୍ଟମେଣ୍ଟରେ ପ୍ରବେଶ କରିଥିଲେ। ଘଟଣାଟି ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ କୋନ୍ଧୱା ଅଞ୍ଚଳରେ ଘଟିଥିଲା ​​ଏବଂ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ମହିଳା ଜଣକ ତାଙ୍କ ଫୋନ୍‌ରେ ଓଟିପି ଯାଞ୍ଚ କରିବାକୁ ଯିବା ସମୟରେ ସନ୍ଦିଗ୍ଧ…

Read More
ଓଡିଶାର ଇଞ୍ଜିନିୟରଙ୍କ ଉପରେ ଭିଜିଲାନ୍ସ ଚଢାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର, ସହଯୋଗୀ ମଧ୍ୟ ମିଳିତ ସମ୍ପତ୍ତିରେ ଜଡିତ

ଓଡିଶାର ଇଞ୍ଜିନିୟରଙ୍କ ଉପରେ ଭିଜିଲାନ୍ସ ଚଢାଉରେ କୋଟି କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର, ସହଯୋଗୀ ମଧ୍ୟ ମିଳିତ ସମ୍ପତ୍ତିରେ ଜଡିତ

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ବିଭାଗ ଆର୍ ଆଣ୍ଡ ବି ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନାଙ୍କ ସମ୍ପତ୍ତି ତଦନ୍ତରେ ତାଙ୍କ ସହକର୍ମୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଛି। ଭିଜିଲାନ୍ସ ବିଭାଗ ଜେନାଙ୍କ ସମ୍ପତ୍ତି ଉପରେ ଚଢାଉ କରିବା ପରେ ଆଉ ଜଣେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା ମଧ୍ୟ ନଜରକୁ ଆସିଥିଲେ ଏବଂ ଜାଣିବାକୁ ପାଇଲେ ଯେ ସେମାନେ ଉଭୟେ କସ୍ମୋପଲିସ୍ ଆପାର୍ଟମେଣ୍ଟର 16 ମହଲାରେ ସେମାନଙ୍କ ପତ୍ନୀଙ୍କ ନାମରେ ଏକ 4-BHK ଫ୍ଲାଟ୍…

Read More